ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଜିଲ୍ଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ । ଆସନ୍ତା 17 ତାରିଖ ଯାଏଁ  ପାଇଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଓ  ମନ୍ଦିର ବନ୍ଦ କଲା ପ୍ରଶାସନ । ଏନେଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି ।

gpkandhamal

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରରେ ବାବାଙ୍କ ନୀତିକାନ୍ତି ଯେପରି ଭାବେ ଜାରି ରହିବ ସେଥିପାଇଁ ଆବଶ୍ୟକ ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବେ ।  ନୀତିକାନ୍ତି ପାଇଁ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି । ଏହା ବ୍ୟତିତ ଅନ୍ୟ ସେବାୟତ ଯିବା ମନା । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Umasankar Adv

ଆଜି ଦିନ 12ଟାରୁ ଭକ୍ତଙ୍କ ଦର୍ଶନ ଆସନ୍ତା 17 ତାରିଖ ସନ୍ଧ୍ୟା 6ଟା ଯାଏଁ ବନ୍ଦ ହେବ  । ଏଥିସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.