ବଜାରରେ କରୋନା ଟିକା ଉପଲବ୍ଧ କରାଇବାକୁ ମୋଦିଙ୍କୁ ନବୀନଙ୍କ ଚିଠି

ଦେଶରେ ଦୈନିକ ଦୁଇ ଲକ୍ଷରୁ ଉର୍ଦ୍ଧ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏହି ସମୟରେ ସମଗ୍ର ଭାରତରେ କରୋନା ଟିକା କରଣ ମଧ୍ୟ ଚାଲିଛି । ତେବେ ସମ୍ପୁର୍ଣ୍ଣ ଭାରତରେ ଟିକା କରଣ ଜୋରସୋର ରେ ଚାଲିଥିଲା ବେଳେ କିଛି ରାଜ୍ୟ ଟିକାର ଅଭାବରେ ଟିକା କରଣ କେନ୍ଦ୍ର ଗୁଡିକ ବନ୍ଦ ହେଉଥିବା ନେଇ କେନ୍ଦ୍ର ସରକାରଙ୍କୁ ଅଧିକ ଟିକା ଯୋଗାଇ ଦେବାକୁ ନିବେଦଣ କରିଥିଲେ ।

ତେବେ ଗତ କିଛି ଦିନ ହେବ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ଟିକାର ଅଭାବ ବିଷୟରେ କହିଆସୁଥିଲା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟରେ କରୋନା ଟିକା କରଣକୁ ଆଗକୁ ନେବାକୁ ନିବେଦନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ ଚିିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ।

Umasankar Adv
gpkandhamal

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କରୋନା ଟିକାକୁ ମୁକ୍ତ ବଜାରରେ ଉପଲବ୍ଦ କରାଯାଉ । ଏହ ଦ୍ୱାରା ଏହ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଏହ ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ଏବେ ଦୈନିକ ୩ଲକ୍ଷ ଟିକା କରଣ କରିବାର କ୍ଷମତା ରଖିଥିଲା ବେଳେ ଏ ନେଇ ଟିକାର ଅଭାବ ସୃଷ୍ଟି ହୋଇଛି । ଓଡିଶାରେ କରୋନା ଟିକାର ନଷ୍ଟ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ । 

ତେବେ ଭାରତ ବିଶ୍ୱର ସବୁଠୁ ଅଧିକ ଟିକା ଉଦ୍‌ପାଦନ କରୁଥିବା ଦେଶ ହୋଇଥିଲା ବେଳେ ଏବେ ଏହାର ଉଦ୍‌ପାଦନ ଶକ୍ତି ବଢାଇ ଅଧିକ ସଂକ୍ରମିତ ସହର ଗୁଡିକୁ ଜରୁରି ଭିର୍ତିରେ ଟିକାର ବଣ୍ଟନ ହେଉ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.