ଜଣେ ଛତିଶଗଡ ଫେରନ୍ତା 30 ଜଣଙ୍କୁ କରୁଛନ୍ତି ସଂକ୍ରମିତ

ରାଜ୍ୟରେ ପୁଣି କାୟା ମେଲାଉଛି କରୋନା ଭାଇରସ । ବାହାର ରାଜ୍ୟରୁ ଲୋକ ସଂକ୍ରମଣ ନେଇକି ଆସୁଛନ୍ତି । ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ସେମାନେ ଅଧିକ ସଂକ୍ରମଣ ବଢାଉଛନ୍ତି । ଜଣେ ଛତିଶଗଡ ଫେରନ୍ତାଙ୍କଠୁ 30 ଜଣ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

gpkandhamal

କରୋନା ଡ୍ରପଲେଟ ବାୟୁ ମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାଙ୍ଘାତିକ ହେବାରେ ଲାଗିଛି । ରାଜ୍ୟ ସରକାର ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏବେ ଦାଇତ୍ୱ ନେବାର ସମୟ ଆସିଛି । କରୋନାର ଚେନ ଭାଙ୍ଗିବା ସରକାର ସବୁ ପଦକ୍ଷେପ ନେଇଛନ୍ତି । ଆଜିଠୁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ କରାଯାଉଛି ।

Umasankar Adv

ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । 9ଟା ବେଳେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ଜମାନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ପ୍ରତ୍ୟେକ ଦିନ ତଳସ୍ତରରୁ ମନିଟର କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.