ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ିବାଲା ସ୍ୱାମୀ

ନିଜ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗୁଣପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗୁଣପୁର ଆଦର୍ଶ ଥାନା ଅଧିକାରୀ ମନୋଜ କୁମାର ବେହାରଙ୍କ ସୂଚନା ଅନୁଯାୟୀ, ଚିନାସାରି ଗ୍ରାମର ସୁରେନ୍ଦ୍ର ଶବର ନାମକ ଜଣେ ଯୁବକ ୧୦ ବର୍ଷ ତଳେ ଗୁଣପୁର ଅଞ୍ଚଳର ଗୌରୀ ବାଉରୀଙ୍କୁ ବିବାହ କରିଥିଲେ।

ଉଭୟଙ୍କ ଗୋଟିଏ ଝିଅ ଏବଂ ପୁଅ ଥିବା ବେଳେ ଅଧିକାଂଶ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେବେ ଗତ ୫ତାରିଖରେ ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରେନ୍ଦ୍ର ନିଜ ପତ୍ନୀ ଗୌରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ନିକଟସ୍ଥ କୁରୁଗୁଡା ଜଙ୍ଗଲରେ ଫୋପାଡ଼ି ଦେଇଥିଲା। ଅନ୍ୟପଟେ ୫ଦିନ ହେଲା ଗୌରୀ ନିଖୋଜ ଥିବା ନେଇ ତାଙ୍କ ଭଉଣୀ ଗୁଣପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ଗୁଣପୁର ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଥିଲା।

Umasankar Adv
gpkandhamal

ସନ୍ଦେହରେ ପୁଲିସ ମୃତ ଗୌରୀଙ୍କ ସ୍ବାମୀ ସୁରେନ୍ଦ୍ରକୁ ଥାନାକୁ ଡାକି ପଚରାଉଚୁରା କରିଥିଲା। ଗୌରୀକୁ ନି‌ଜେ ହତ୍ୟା କରିବା ପରେ ଫୋପାଡ଼ି ଦେଇଥିବା ନେଇ ସୁରେନ୍ଦ୍ର ପୁଲିସ ନିକଟରେ ସ୍ବୀକାର କରିବା ସହିତ ପୁଲିସକୁ ଘଟଣା ସ୍ଥଳ ଦେଖାଇଥିଲା।

ଏହାପରେ ପୁଲିସ ଉକ୍ତ ସ୍ଥାନରୁ ଗୌରୀଙ୍କ ଗଳିତ ଶବ ଉଦ୍ଧାର କରିଥିଲା। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦିଆଯିବା ପରେ ପୁଲିସ ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ ରଖିଛି। ଏନେଇ ଥାନାରେ କେଶ୍ ନଂ- ୪୮/୨୧ ଓ ଦଫା ୩୦୨,୨୦୧ ଏବଂ ୪୯୮(ଏ )ଅନୁଯାୟୀ ମମାଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.