ଆଜି ରାତି 8ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଆଜି ରାତି 8ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଆଜିଠାରୁ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁ ପାଇଁ ରାତି 8ଟାରେ ସ୍ୱତନ୍ତ୍ର ବ୍ୟାରିକେଡକୁ କରାଯିବ ସିଲ୍ । 

gpkandhamal

ରାତି 8ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ କରାଯିବ ନାହିଁ । 8.30 ସୁଦ୍ଧା ଶ୍ରୀମନ୍ଦିରରୁ ଯେଉଁ ଭକ୍ତମାନେ ରହିଥିବେ ସେମାନଙ୍କୁ ଖାଲି କରାଯିବ । କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗିବ । ରାତି 9ଟାରୁ ସକାଳ 5ଟା ଯାଏଁ ଏହି ନାଇଟ କର୍ଫ୍ୟୁ । ରାତି 9ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ ସାଢେ 8 ଟା ସୁଦ୍ଧା ଶ୍ରୀମନ୍ଦିର ପରିସର ଖାଲି କରାଯିବ ବୋଲି ପ୍ରଶାସନ ପଦକ୍ଷେପ ନେଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

Umasankar Adv

ତେବେ ଆସନ୍ତାକାଲି ରବିବାର ଥିବାରୁ ଶ୍ରୀମନ୍ଦିର ସାନିଟାଇଜ କରାଯିବ । ତେଣୁ ଆସନ୍ତାକାଲି ମଧ୍ୟ ଶ୍ରୀମନ୍ଦିରରେ ଭକ୍ତ ଜଗା ଦର୍ଶନ କରିପାରିବେ ନାହିଁ ।

Leave A Reply

Your email address will not be published.