କୋଭିଡ ନିୟମ ଅମାନିଆଙ୍କ ଠାରୁ ଆଦାୟ ହେଲା ପ୍ରାୟ 3 କୋଟି ଟଙ୍କା ଫାଇନ

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସରିଲା ପୋଲିସର 10 ଦିନିଆ ସ୍ପେଶାଲ ଡ୍ରାଇଭ। କୋଭିଡ ନିୟମ ଉଲଙ୍ଘନରେ 10 ଦିନରେ ପ୍ରାୟ 3 କୋଟି ହୋଇଛି ଜରିମାନା ଆଦାୟ । କରୋନା ପାଇଁ କେତେ ସଚେତନ ରାଜ୍ୟବାସୀ ତାହା ଏଥିରୁ ଜଣାପଡୁଛି ।

gpkandhamal

ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ 10 ଦିନିଆ ସ୍ପେଶାଲ ଡ୍ରାଇଭ ହୋଇଛିଲା । ଏହା ଏପ୍ରିଲ 7ରୁ ଆରମ୍ଭ ହୋଇ 16 ତାରିଖରେ ଶେଷ ହୋଇଛି । ଏହି ସ୍ପେଶାଲ ଡ୍ରାଇଭର ଶେଷ ଦିନରେ 9 ହଜାର 032 ଅମାନିଆଙ୍କ ଠାରୁ କୋଭିଡ ନିୟମ ଉଲଙ୍ଘନ ପାଇଁ 27,40,040 ଟଙ୍କା ଜରିମାନ ଆଦାୟ କରିଛି ପୋଲିସ । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ନ ମାନିବାରୁ ଏହି ଫାଇନ ଆଦାୟ କରାଯାଇଛି । ତେବେ ଏହି ସ୍ପେଶାଲ ଡ୍ରାଇଭର 10 ଦିନ ମଧ୍ୟରେ ସମଗ୍ର ରାଜ୍ୟରୁ ମୋଟ 2 କୋଟି 98 ଲକ୍ଷ 21 ହଜାର 990 ଟଙ୍କା ଜରିମାନା ଆଦାୟ କରିଛି ପୋଲିସ ।

Umasankar Adv

ପୋଲିସ ପକ୍ଷରୁ 10 ଦିନିଆ ସ୍ପେଶାଲ ଡ୍ରାଇଭରେ କରୋନା ନେଇ ସଚେତନ କରାଯିବା ସହ କୋଭିଡ ନିୟମ ଉଲଙ୍ଘନ ନେଇ ଜରିମାନା ଆଦାୟ କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସ୍ପେଶାଲ ଡ୍ରାଇଭରେ ସମଗ୍ର ରାଜ୍ୟରେ 136 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.