ରାଉରକେଲା ଇସ୍ପାତ କାରଖାନାରେ ୧୯୮ କର୍ମଚାରୀ ପଜିଟିଭ ଚିହ୍ନଟ

ଗତ ୪ ଦିନ ତଳେ ରାଉରକେଲା ଇସ୍ପାତ କାରଖାନାରେ ୨୪ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୧୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ କାରଖାନାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ରେ ପହଂଚିଛି ।

gpkandhamal

ଏହି ଆକ୍ରାନ୍ତଙ୍କ ସମସ୍ତ ସେକ୍ଟର-୧ ଓ ସେକ୍ଟର-୨୦ ଅଞ୍ଚଳରେ ରହୁଥିବାରୁ ଏହି ଦୁଇଟି ସେକ୍ଟରକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Umasankar Adv

ସୁଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.