ବରଗଡରେ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

ଦୀର୍ଘ ଦିନର ଦାବୀ ତେଜିବା ପରେ ଭାଙ୍ଗିଲା ରାଜ୍ୟ ସରକାରଙ୍କ ନିଦ । ବରଗଡରେ କ୍ୟାନସର ହସ୍ପିଟାଲକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ ।

gpkandhamal

ଦୀର୍ଘ ଦିନ ହେବ ବରଗଡରେ ବରଗଡରେ କ୍ୟାନସର ହସ୍ପିଟାଲକୁ ନିର୍ମାଣ ନେଇ ଦାବୀ ହେଉଥିଲା । ତଥାପି ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନଥିଲେ । ବର୍ତ୍ତମାନ ବରଗଡରେ କ୍ୟାନସର ହସ୍ପିଟାଲ ନିର୍ମାଣକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି । ଏନେଇ 10 କୋଟି 49 ଲକ୍ଷ 21 ହଜାର ଟଙ୍କା ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବରଗଡରେ କ୍ୟାନସର ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି ।

Umasankar Adv
Leave A Reply

Your email address will not be published.