କରୋନାରେ ଆକ୍ରାନ୍ତ ହୋଇ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ମା’ଙ୍କ ମୃତ୍ୟୁ

ନିକଟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ପରଲୋକ ହୋଇଥିବା ବେଳେ ଆଜି ତାଙ୍କ ମାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୁଅର ମୃତ୍ୟୁ ଖବରରେ ଅଧିକ ଆଘାତ ହୋଇ ହୃଦଘାତର ଶିକାର ହୋଇଥିଲେ । ଯାହାଫଳରେ  ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ଆସିଛି । ତାଙ୍କ ମାଆଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡ଼ିଛି । ଫଳରେ କୋଭିଡ଼ କଟକଣାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.