ହାଇଦର ଫେରାର ସମୟରେ ସୁରକ୍ଷା ଦାଇତ୍ୱରେ ଥିବା କନଷ୍ଟେବଲ ମୌସୁମି ଗିରଫ

ଦୁର୍ଦ୍ଧାନ୍ତ ଅପରାଧୀ ସେକ୍ ହାଇଦର ଏସସିବି ମେଡିକାଲରୁ ଫେରାର ଘଟଣାରେ ଆଜି କଟକ ମଙ୍ଗଳାବାଗ ଥାନା ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଘଟଣା ଦିନ ସୁରକ୍ଷା ଦାଇତ୍ୱରେ ଥିବା କନଷ୍ଟେବଲ ମୌସୁମି ଏବଂ ସମ୍ବଲପୁର ଜେଲର ୱାର୍ଡର ଶିବନାରାୟଣ ନନ୍ଦଙ୍କୁ ଗିରଫ କରିଛନ୍ତି । ସୁରକ୍ଷା ଦାଇତ୍ୱରେ ଥିବା ସମୟରେ ମୌସୁମିଙ୍କୁ ନିଶା ଦେଇ ଖସି ପଳାଇଥିଲା ହାଇଦର ।

gpkandhamal

ପୁର୍ବରୁ ଏହିଘଟଣାରେ ପୋଲିସ ହାଇଦର ସୁରକ୍ଷାରେ ଥିବା ସମସ୍ତ ୬ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରିଥିଲା ବେଳେ ଆଜି ଏହି ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଗ୍ୟଙ୍ଗଷ୍ଟର ହାଇଦର ଫେରାର ହେବା ପରେ ଓଡିଶା ପୋଲିସ ଏବଂ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ବିରୋଧି ଦଳର ନେତା ମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା ବେଳେ ଓଡିଶା ପୋଲିସ ଉପରେ ମଧ୍ୟ ଆରୋପ ଲାଗିଥିଲା । 

Umasankar Adv

ପରେ ଓଡିଶା ପୋଲିସ ବିଭିନ୍ନ ରାଜ୍ୟ ଗସ୍ତ କରି ହାଇଦରକୁ ଖୋଜି ବାହାର କରିବାକୁ ଲାଗିଥିଲା ବେଳେ ତେଲେଙ୍ଗାନାର ରଙ୍ଗାରେଡିରୁ ହାଦ୍ରାବାଦ ସିଟି ପୋଲିସ ସାହାଯ୍ୟରେ ହାଇଦରକୁ କାବୁ କରିଥିଲେ । ଏହା ପରେ ତାକୁ କଡା ସୁରକ୍ଷା ଭିତରେ ଓଡିଶା ଅଣାଯାଇ ତାର ସ୍ୱାସ୍ଥ୍ୟ ପରିକ୍ଷା କରିବାରୁ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ସେ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ଆଣି ପୋଲିସ ଅଧିକ ତଦନ୍ତ କରିବା ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.