୩୦ ହଜାର ଟଙ୍କା ପାଇଁ ଝଡିଗଲେ ଝରାଫୁଲ

ଝରାଫୁଲ ହତ୍ୟା ଘଟଣାରେ ଆଜି ଯାଜପୁର ପୋଲିସ ତୃତ୍ୱୀୟ ଅଭିଯୁକ୍ତକୁ ଗିରଫ କରିବା ସହିତ ଝରାଫୁଲ ଘଟଣାରେ ପୁର୍ଣ୍ଣଛେଦ ପକାଇଛି । ତେବେ ଯାଜପୁର ପୋଲିସ କହିଛି ଯେ ଝରାଫୁଲକୁ ହତ୍ୟା କରାଯାଇଛି । ମୁଖ୍ୟ ରାକେଶ ସ୍ୱାଇଁ ସ୍ୱାଇଁ ଝରାଫୁଲ ନାୟକଙ୍କଠାରୁ ପୁର୍ବରୁ କିଛି ଟଙ୍କା ଉଧାର ନେଇଥିଲେ । ପରେ ଝରାଫୁଲ ଟଙ୍କା ମାଗିବାରୁ ତାକୁ ହୋଟେଲକୁ ଡାକି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ କହିଛି ।

gpkandhamal

ତେବେ ରମାଦେବି ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଲ ନାୟକ(୨୧) ଯାହାର ମୃତ ଦେହ ଯାଜପୁର ଜିଲ୍ଲାର ରୋଡ କଡରୁ ମିଳିଥିଲା , ଏଇ ଘଟଣାରେ ଆଜି ଯାଜପୁର ପୋଲିସ ଘଟଣାର ତୃତ୍ୱୀୟ ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଯାଜପୁର ପୋଲିସ ଆଜି ଭୁବନେଶ୍ୱରରୁ ଗିରଫ କରିଛି । ତେବେ ପୁର୍ବରୁ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା ।

Umasankar Adv
Leave A Reply

Your email address will not be published.