ଉତ୍ତରାଖଣ୍ଡରେ ହିମସ୍ଖଳନ

ଗତକାଲି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଭାରତ-ଚାଇନା ନିକଟବର୍ତି ନିତି ଭ୍ୟାଲିରେ ହିମସ୍ଖଳନ ଘଟିଛି । ଏହି ଘଟଣାରେ ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ତା ସଙ୍କଟାପର୍ଣ୍ଣ ରହିଛି । ଗତ କାଲି କେନ୍ଦ୍ରିୟ ସଂସ୍ଥା ବର୍ଡର ରୋଡ ଅର୍ଗାନାଇଜେସନର ଶ୍ରମିକ ମାନେ ରୋଡ କାର୍ଯ୍ୟ କରୁଥିବା ସମୟରେ ଏହି ହିମସ୍ଖଳନ ଘଟିଥିଲା । 

gpkandhamal

ଏହି ଅଚଂଳରେ ଗତ କିଛି ଦିନ ହେବ ପ୍ରବଳ ତୁଷାରପାତ ସହିତ ପ୍ରବଳ ବର୍ଷା ଜାରି ରହିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ତୁନ୍ତ ସେନା ପକ୍ଷରୁ ଉଦ୍ଦାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସମୟରେ ପ୍ରବଳ ଭରବଳନ ପାଇଁ ୪ ରୁ ୫ଜାଗାରେ ଯୋଗାଯୋଗା ବିଛିନ୍ନ ହୋଇଥିବା ସେନା ପକ୍ଷରୁ କୁହାଯାଇଛି । 

Umasankar Adv

ତେବେ ବର୍ଡର ଟାସ୍କ ଫୋର୍ସ ପକ୍ଷରୁ ରାସ୍ତାକୁ ସଫା କାର୍ଯ୍ୟ ଜାରି ରହିଛି ଯାହା ଆହୁରି ୭ ରୁ ୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସଂ ଏ ନେଇ ଏକ ଟ୍ୱିଟ୍ କରିଌିଲ୍ଲା ପ୍ରଶାସନକୁ ଆଲର୍ଟ ଜାରି କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତଙ୍କ ସହିତ କଥା ହୋଇ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛନ୍ତି । ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ତିରଥ ସିଂ ଆକାଶ ମାର୍ଗରୁ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.