ସବୁ ରାଜ୍ୟକୁ ମାଗଣାରେ ମିଳିବ କରୋନା ଟୀକା

କରୋନା ଟୀକାକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟୀକା ପାଇଁ କେନ୍ଦ୍ର ସରକାରଙ୍କ ପାଇଁ 150 ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ତେବେ ଟୀକା ବିତରଣକାରୀ ସଂସ୍ଥା ଠାରୁ କେନ୍ଦ୍ର ସରକାର 150 ଟଙ୍କା ଦରରେ ଟୀକା କ୍ରୟ କରିବେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

gpkandhamal

ରାଜ୍ୟ ଗୁଡ଼ିକୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯିବ । ମେ ମାସ ପହିଲାରୁ ଦେଶରେ 18 ବର୍ଷରୁ ଅଧିକ ବୟସ ପୀଢ଼ିକୁ ଟୀକାକରଣ ନେଇ ଘୋଷଣା କରାଯାଇଛି । ଏହା ପରେ ଖୋଲା ବଜାରରେ ଟୀକା ଉପଲବ୍ଧ ନେଇ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକା ଦର ଘୋଷଣା କରାଯାଇଥିଲା । 

Umasankar Adv

କୋଭିସିଲ୍ଡ ଟୀକା ସରକାରୀ ମେଡିକାଲ ପାଇଁ ଡୋଜ ପିଛା 400 ଟଙ୍କା ଓ ଘରୋଇ ମେଡିକାଲ ପାଇଁ 600 ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ବର୍ତ୍ତମାନ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟୀକା କେନ୍ଦ୍ର ସରକାରଙ୍କ ପାଇଁ 150 ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ରାଜ୍ୟ ଗୁଡ଼ିକୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯିବ । 

Leave A Reply

Your email address will not be published.