ଦେଶରେ ୫୫୧ ଅକ୍ସିଜେନ ଜେନେରେସନ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ

କରୋନାର ଦ୍ୱିତ୍ୱୀୟ ଲହରରେ ସମଗ୍ର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଗତ ଚାରି ଦିନ ହେବ ତିନି ଲକ୍ଷରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହିଭଳି ସମୟରେ ଦେଶର ବିିଭିନ୍ନ ରାଜ୍ୟରେ ଦେଖାଯାଇଥିବା ଅକ୍ସିଜେନ ଅଭାକୁ ମେଣ୍ଟାଇବା ଲାଗି ପ୍ରଦାନମନ୍ତ୍ରୀ କେୟାର ଫଣ୍ଟରୁ ଅର୍ଥ ଖର୍ଚ୍ଚ କରି ସମଗ୍ର ଦେଶରେ ୫୫୧ଟି ଅକ୍ସିଜେନ ଜେନେରେଟର ସେଣ୍ଟର ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହି ଅକ୍ସିଜେନ ଜେନେରେଟର ସେଣ୍ଟର ଗୁଡିକୁ ଯେତେ ସିଘ୍ର ସମ୍ଭବ ସ୍ଥାପନ କରିବାକୁ ସେ କହଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଏଗୁଡିକ ଦେଶରେ ଅକ୍ସିଜେନ ଉତ୍ପାଦନ ବଢାଇବାରେ ସହାଯ୍ୟ କରିବେ । ଏହି ସେଣ୍ଟର ଗୁଡିକୁ ଦେଶର ସମସ୍ଥ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ସ୍ଥାପନ କରିବାକୁ ନିର୍ଦେଶ ରହିଛି । ପୁର୍ବରୁ ଏଥିଲାଗି ପିଏମ କେୟାର ଫଣ୍ଡରୁ ୨୦୧.୦୮ କୋଟି ଟଙ୍କା ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରଦାନନ କରାଯାଇଥିଲା ବେଳେ ଏବେ ପୁଣି ୫୫୧ ଟି ସ୍ଥାପନ କରିବାକୁ ମଧ୍ୟ ଟଙ୍କା ଅନୁମୋଦନ କରାଯିବ ।

Leave A Reply

Your email address will not be published.