ପୁଣି ଖରାରେ ସିଝିବ ଓଡ଼ିଶା

ରାଜ୍ୟରେ ତାପମାତ୍ରା ସାମନ୍ୟ ହ୍ରାସ ଯୋଗୁ ଜବଜୀବନ ଆସ୍ୱସ୍ଥ ହୋଇଥିବା ବେଳେ ପୁଣି ଗତ ଦୁଇ ଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟିଛି । ରାଜ୍ୟରେ ପ୍ରାୟ ୧୭ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ସର୍ବାଧିକ ଭୁବନେଶ୍ୱରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଏଭଳି ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୩ ଟି ଜିଲ୍ଲାକୁ ହିଟ୍ ୱେଭ୍ ଜାରି କରାଯାଇଛି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଭଳି ଜିଲ୍ଲାକୁ ହିଟ୍ ୱେଭ୍ ଜାରି କରାଯାଇଥିବା ବେଳେ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ହିଟ୍ ୱେଭ୍ ଜାରି ରହିବ ବୋଲି ସୂଚନା ମିଳିଥିବା ବେଳେ ଆସନ୍ତା କାଲି ଠାରୁ ପାଣିପାଗରେ ସାମାନ୍ୟ ପରିବତ୍ତ;ନ ହେବା ନେଇ ଆଶଙ୍କା ରହିଛି । ମଙ୍ଗଳବାର ଠାରୁ ରାଜ୍ୟରେ ତାପମାତ୍ରା ହୟାସ ପାଇବାର ଆଶଙ୍କା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ର ୪୦ ଡିଗ୍ରୀ ତଳକୁ ହ୍ରାସ ପାଇବାର ସମ୍ଭାବନା ରହିଛି । ସେହିଭଳି ବୁଧବାର ଠାରୁ ମଧ୍ୟ କ୍ରମାଗତ ଭାବରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ଏଥିସହିତ ଏପ୍ରିଲ ୩୦ ତାରିଖ ବେଳକୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ହିଟ୍ ୱେଭ୍ ଜାରି ହୋଇଥିବା ଜିଲ୍ଲା ଗୁଡିକୁ ୟେଲୋ ୱାଣ୍ଣିଂ ଜାରି କରିବା ସହିତ ଲୋକମାନଙ୍କୁ ଝାଞ୍ଜି ପ୍ରବାହ ପାଇଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ବୟସ୍କ, ଶିଶୁ ଓ ଦୁର୍ବଳ ମାନଙ୍କୁ ଘରୁ ନବାହାରିବା କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.