ଶ୍ରୀମନ୍ଦିରର ୨୫୦୦ ସେବକ ପରିବାରକୁ ୨ଲକ୍ଷର ବୀମା

ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଚିନ୍ତା ବଢାଉଥିବା ବେଳେ ଏବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କଲାଣି ଏହି ମହାମାରୀ କରୋନା ଭାଇରସ୍ । ତେବେ ଏହାରି ଭିତରେ ପୁରୀରେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତାରେ ପ୍ରଶାସନ । କାରଣ ଏଥିରେ ଅଧିକ ସଂଖ୍ୟକ ଜଡ଼ିତ ଅଛନ୍ତି ପୁରୀ ସେବାୟତ । ଯାହା ଆଗକୁ ଜଗତର ନାଥ ଜଗନ୍ନାଥଙ୍କ ପୁଜାରେ ବ୍ୟାଘାତ ସୃଷ୍ଟି କରିପାରେ । ସେଥିପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଶାସନ ତିନୋଟି ବୀମାଭୁକ୍ତ କରିବାକୁ ଘୋଷଣା କରିଛି । ଯାହାଫଳରେ ଶ୍ରୀମନ୍ଦିର ୨୫୦୦ ପରିବାର ଏଥିରେ ଉପକୃତ ହେବେ । ଏନେଇ ଗତକାଲି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର । ତିନୋଟି ବୀମା ରେ ପ୍ରଥମଟି ହେଉଛି ପ୍ରତି ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କାର ମୌଳିକ ବୀମା ଯୋଜନା । ଦ୍ୱିତୀୟଟି ହେଉଛି ପ୍ରତ୍ୟେକ ପରିବାରଙ୍କୁ ଲକ୍ଷେ ଟଙ୍କାର ସ୍ୱାସ୍ଥ୍ୟବୀମା ଭୁକ୍ତ କରାଯିବ । ତୃତୀୟଟି ହେଉଛି କିଡନୀ ପ୍ରତିରୋପଣ ତଥା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ତିନି ଲକ୍ଷ ଟଙ୍କାର ଅତିରିକ୍ତ ବୀମା ସୁରକ୍ଷା । ତୃତୀୟ ବୀମା ହିତାଧିକାରୀ ସଂଖ୍ୟା ସର୍ବାଧିକ ୨୫ ସେବାୟତଙ୍କୁ ମିଳିବ ବୋଲି ସୂଚନା ମିଳିଛି । ସୁଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୪୫ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.