ଫୋକସ୍‌ରେ ବସ୍ତି ବାସିନ୍ଦା

କରୋନା ସଂକ୍ରମଣର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟକ ସ୍ଥାନରେ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଏହାରି ଭିତରେ ଫୋକସ୍ ରେ ରହିଛନ୍ତି ବସ୍ତି ବାସିନ୍ଦା । ନିକଟରେ ଯାହା ଦେଖିବାକୁ ମିଳିଛି ବସ୍ତି ଅଚଂଳ ମାନଙ୍କରେ କରୋନାର ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟି ଆଗରେ ରଖି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରିଙ୍କ ନିର୍ଦେଶ କ୍ରମେ ବିଏମସିର ସମସ୍ତ ୱାର୍ଡ଼ରେ ଏକ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର‌୍ୟ୍ୟରେ ୪୫୦ କର୍ମଚାରୀ ନିୟୋଜିତ ରହି ତଥ୍ୟ ସଂଗ୍ରହ କରୁଛନ୍ତି। ତଥ୍ୟ ସଂଗ୍ରହ ସମୟରେ ପରିବାରର ସଦସ୍ୟ ସଂଖ୍ୟା, ବୃତ୍ତି, ଟେଲିଫୋନ ନମ୍ବର, ୫୦ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା, ସଦସ୍ୟଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କିଛି ଲକ୍ଷଣ ବା ସ୍ବାସ୍ଥ୍ୟଗତ ସମସ୍ୟା ଆଦି ତଥ୍ୟ ସଂଗ୍ରହ କରାଯାଉଛି । ପ୍ରତ୍ୟେକ ଟିମରେ ଜଣେ ଅଙ୍ଗନବାଡି କର୍ମୀ, ଜଣେ ଅଶାକର୍ମୀ ଓ ଜଣେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ପ୍ରଥମ ପର‌୍ୟ୍ୟାୟରେ ୪୩୬ବସ୍ତିରେ ୨ଲକ୍ଷ ୮୧ହଜାର ୭୮୫ଟି ପରିବାରର ତଥ୍ୟ ସଂଗ୍ରହ ହୋଇସାରିଛି। ଭୁବନେଶ୍ୱରରେ ମୋଟ ୩୭୭ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୪୩୬ବସ୍ତି ଚିହ୍ନଟ ହୋଇଛି।

Leave A Reply

Your email address will not be published.