ଦୀର୍ଘ ଦିନ ପରେ ବଡ଼ ପରଦାକୁ କମବ୍ୟାକ୍ କଲେ ଅର୍ଜୁନ କପୁର

ନିଜ ଲଭ୍ ଆଫେୟାର କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ର ଚର୍ଚ୍ଚିତ ଚେହେରା ତଥା ଗୁଣ୍ଡେ ବୟ ଅର୍ଜୁନ କପୁର ଦୀର୍ଘ ଦିନ ପରେ ଏବେ ପୁଣି ବଡ଼ ପରଦାକୁ କମବ୍ୟାକ୍ କରିଛନ୍ତି । ଅର୍ଜୁନ କପୁରଙ୍କ ମୋଷ୍ଟ ଆୱେଟେଡ୍ ମୁଭି ‘ସର୍ଦାର କା ଗ୍ରାଣ୍ଡସନ୍‌’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ବଡ଼ ପରଦାରେ । ଏହି ଚଳଚିତ୍ରରେ ଅର୍ଜୁନଙ୍କ ସହିତ ରକୁଲ ପ୍ରୀତ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଗତକାଲି (ରବିବାର) ଫିଲ୍ମର ପ୍ରଥମ ଗୀତ ‘ଜି ନେଇ କରଦା’ ରିଲିଜ୍ ହୋଇଛି । ଗୀତିଟି ରିଲିଜ୍ ହେବା ମାତ୍ରେ ହିଁ ଫ୍ୟାନ୍ସ ମାନଙ୍କ ଭଲପାଇବା ସାଉଁଟିବାରେ ଲାଗିଛି । ସିନେପ୍ରେମୀ ଅର୍ଜୁନଙ୍କ ଓ ରକୁଲଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି ଏହି ଗୀତରେ । ଗୀତଟି ପାର୍ଟି ବିଟ୍ ହୋଇଥିବା ବେଳେ ଏହା ଦର୍ଶକ ମହଲରେ ହିଟ୍ ହେବ ବୋଲି ଉଭୟ ଅର୍ଜୁନ ଓ ରକୁଲ ଆଶା ରଖିଥିବା କହିଛନ୍ତି । ବର୍ତମାନ ଏହି ଗୀତଟି ୟୁଟ୍ୟୁବରେ ୫ ମିଲନ୍ନ୍ ଭିୟୁଜ୍ କଲେକ୍ଟ କରିସାରିଲାଣି । ଏବଂ ବଡ ବଡ ହିଟ୍ ଗୀତକୁ ଏହି ଗୀତ କଡା ଟକ୍କର ଦେବ ବୋଲି ଏବେ ଠାରୁ ଆଶା କରାଯାଉଛି । ସୋସିଆଲ ମିଡିଆରେ ଏହି ଗୀତଟି ଧିରେ ଧିରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଏହି ଗୀତରେ ରକୁଲ ପ୍ରୀତ ଏକ ଦମଦାର ଆଉଟଫିଟ୍ ରେ ନଜର ଆସିଛନ୍ତି ଯାହା ଦୁହିଁଙ୍କ ଯୋଡିକୁ ଆହୁରି ଏନହାନ୍ସ କରୁଛି । ଇମି ଏଣ୍ଟଟେନ୍‌ମେଣ୍ଟ ପ୍ରଡକସନ୍ ଦ୍ୱାରା ନିର୍ମିତ ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍ ର ନାମିଦାମୀ ଡିରେକ୍ଟର ଗୁଲସନ୍ କୁମାର ।

Leave A Reply

Your email address will not be published.