ଟୀକା ପାଇଁ ଆସନ୍ତା 28 ତାରିଖରୁ ପଞ୍ଜୀକରଣ ଆରମ୍ଭ

ମେ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ । 18ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟୀକା । ସମ୍ପୂର୍ଣ୍ଣ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆସନ୍ତା 28 ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

gpkandhamal

ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ପ୍ରକ୍ରିୟାରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ହେବ ତାହା ଜଣାପଡିବ। 18 ବର୍ଷରୁ ଅଧିକ ବୟସର 44 ବର୍ଷ ଯାଏଁ ବ୍ୟକ୍ତି କୋଓ୍ୱିନ ପୋଟାଲରେ ପଞ୍ଜୀକରଣ କରିବେ । ସେଠି ଦୁଇଟି ପ୍ରକ୍ରିୟା ରହିଛି । ଗୋଟିଏ ପଞ୍ଜୀକରଣ ଓ ଅନ୍ୟଟି ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ସମସ୍ତଙ୍କୁ ଆସିବାକୁ ପଡ଼ିବ । ପଞ୍ଜୀକରଣ ପରେ ଟୀକାକୁ ଦେଖି ସ୍ଲଟ ବୁକ କରାଯିବ । ଟୀକା ଆସିବା ପରେ ଆମେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇବୁ । ଆମକୁ ଯେତିକି ପରିମାଣର ଟୀକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ନିର୍ଭର କରିବ ।  ଆମେ ଦୁଇଟି କମ୍ପାନୀକୁ ଟୀକା ଯୋଗାଈ ଦେବା ପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସି ନାହିଁ ।

Umasankar Adv
Leave A Reply

Your email address will not be published.