ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ମହାପାତ୍ର

ପିପିଲି ଉପନିର୍ବାଚନ ପାଇଁ ଆଜି କରୋନା କଟକଣା ମଧ୍ୟରେ ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନରେ ପହଞ୍ଚି ଜିଲ୍ଲାପାଳ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।  ସୂଚନାଯୋଗ୍ୟ, ଆସନ୍ତା ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ ବୋଲି ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ଉକ୍ତ ପଦ ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରତିଦ୍ବନ୍ଦିତା ହେବ । ଆସନ୍ତା ମେ’ ୧୯ ତାରିଖରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ କରୋନାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ ପ୍ରଥମେ ମେ ୧୩ରେ ନିର୍ବାଚନ କରିବା ନେଇ ଘୋଷଣା କରିଥିଲେ । ଏହାପରେ ପୁଣି ଏହାକୁ ଘୁଞ୍ଚାଇ ମେ ୧୬ରେ ମତଦାନ ନେଇ ତାରିଖ ଘୋଷଣା କରିଛନ୍ତି।

Leave A Reply

Your email address will not be published.