ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା

ରାଜ୍ୟରେ ବେକାବୁ ହେଉଛି କରୋନା ଭାଇରସ । ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ  8 ହଜାର 386 ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1840 ସଂକ୍ରମିତ ଚିହ୍ନଟ କରାଯାଇଛି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ସୁନ୍ଦରଗଡ଼ରୁ 933 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ରାଜ୍ୟରେ 8 ହଜାର 386 କରୋନା ସଂକ୍ରମିତ ଚିହ୍ନଟ ଭିତରୁ 4781 କ୍ୱାରେଣ୍ଟାଇନରୁ ଓ 3605 ଲୋକାଲ କେସ ରହିଛି । ତୃତୀୟରେ ରହିଛି କଟକ ଜିଲ୍ଲା । କଟକରୁ 496 ପଜିଟିଭ ଚିହ୍ନଟ । ଝାରସୁଗୁଡା 433, ନବରଙ୍ଗପୁର 388, ବଲାଙ୍ଗୀର 358, ଅନୁଗୁଳ 347, ସମ୍ବଲପୁର 307 , ବରଗଡ 257, ମୟୂରଭଞ୍ଜ ଜିଲ୍ଲାରୁ 289 , ଯାଜପୁର 270, ପୁରୀ 259, ନୂଆପଡା 233, ଗଞ୍ଜାମ 209,  ଓ ବାଲେଶ୍ୱର 202 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ 348 ଆକ୍ରାନ୍ତ ଚିହ୍ନଟ ବେଳେ କେଉଁଝର 175  ପଜିଟିଭ । ଜଗତସିଂହପୁର 129, କଳାହାଣ୍ଡି 126ରୁ ପଜିଟିଭ । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 4 ଲକ୍ଷ 28 ହଜାର 515କୁ ବୃଦ୍ଧି ହୋଇଛି । 55 ହଜାର 245 ଜଣ ଆକ୍ଟିଭ କେସ ରହିଛନ୍ତି ।

Leave A Reply

Your email address will not be published.