ଆଜି ଆସିବ ୯୦ ହଜାର ଡୋଜ ଟିକା

ରାଜ୍ୟରେ ଆଜି ପହଁଚିବ ଆଉ ୯୦ ହଜାର ଡୋଜ କୋଭିସିଲିଡ଼ ଟିକା ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବ । ଯାହାକି ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଯିବ ବୋଲି ଜଣାଇଛନ୍ତି । ସେପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ ଆରମ୍ଭ ହେବ । ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ମେ ପହିଲାରେ ରାଜ୍ୟରେ ଯେବେ ଟିକା ପହଁଚିବ ସେବେ ଟିକାକରଣ ଆରମ୍ଭ ହେବ । ଆବଶ୍ୟକ ସ୍ଥଳେ ସେସନ ସାଇଟ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତକାଲି ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୬୫ ହଜାର ୭୭୬ ଜଣଙ୍କୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି । ଯାଜପୁର ଓ କେନ୍ଦୁଝରରେ ଆଜି ଟୀକାକରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩.୫ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି ।

Leave A Reply

Your email address will not be published.