ଷ୍ଟାଇଲିଷ୍ଟ ଷ୍ଟାର ଅଲୁ ଅର୍ଜୁନ କରୋନା ସଂକ୍ରମିତ

ତେଲୁଗୁ ସୁପର୍‌ଷ୍ଟାର୍ ଅଲୁ ଅର୍ଜୁନ୍ ଆଜି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ନିଜ ସୋସିଆଲ ମିଡିଆ ଅକଉଣ୍ଟ ରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଏବଂ ଏବେ ସରକାରଙ୍କ ଗାଇଡଲାଇନ ଅନୁଯାଇ ସେ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତିି ଏବଂ ସେ ସୁସ୍ଥ ଥିବା ନେଇ ନିଜର ଫ୍ୟାନ୍ ମାନଙ୍କୁ ଜଣାଇଛନ୍ତି । ଏହା ସହ ଗତଦିନ ମାନଙ୍କରେ ତାଙ୍କ ସଂର୍ସ୍ପର୍ସରେ ଆସିଥିବା ବ୍ୟକ୍ତି ମାନେ ନିଜର ନିଜର କୋଭିଡ ଟେଷ୍ଟ କରେଇ ନେବାକୁ ସେ ଅନୁରୋଧ କରିଛନ୍ତି ।  ତେବେ ସେ ନିଜର ଫ୍ୟାନ୍ ମାନଙ୍କୁ ଘରେ ରହିବାକୁ ପରାମର୍ଷ ଦେବା ସହ କୋଭିଡ ଟିକା କରଣରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଅଲୁ ଅର୍ଜନୁଙ୍କର ଏହି ସୂଚନା ପରେ ତାଙ୍କର ଫ୍ୟନ୍ ମାନେ ଟ୍ୱିଟରରେ #Get Well Soon Allu Arjun  #Get Well Soon Anna ଟ୍ରେଣ୍ଡ କରାଇଥିଲେ । ତେବେ ତାରକା ଖଚିତ ପରିବାରରୁ ପୁର୍ବରୁ ଅଭିନେତା ରାମ୍ ଚରନ, ପବନ୍ କଲ୍ୟାଣ, ଆଦି କରୋନାରେ ସଂକ୍ରମିତ ହୋଇଥିଲେ । ବର୍ତମାନ ଅଲୁ ଅର୍ଜୁନ ତାଙ୍କର ପରବର୍ତି ଫିଲ୍ମ ପୁଷ୍ପାର ସୁଟିଂରେ ପାଇଁ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.