ଦିଲ୍ଲୀରେ ଲାଗୁ ହେଲା “ଜିଏନସିଟି ଆକ୍ଟ” ଏବେ ଦିଲ୍ଲୀ ସରକାର ଅର୍ଥ ଉପରାଜ୍ୟପାଳ

ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ଗଭର୍ଣ୍ଣମେଣ୍ଟ ଅଫ ନେସ୍‌ନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ ଆକ୍ଟକୁ କେନ୍ଦ୍ର ସରକାଙ୍କ ପକ୍ଷରୁ ଲାଗୁ କରାଯାଇଛି । ଏହି ଆକ୍ଟ ଅନୁଯାଇ ଏବେ ଦିଲ୍ଲୀରେ ସରକାର ମୁଖ୍ୟ ହେଉଛନ୍ତି ଉପରାଜ୍ୟପାଳ ।  କେନ୍ଦ୍ରଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତ ଜାରି ଜାରି କରି ଏପ୍ରିଲ ୨୭ ରୁ ଏହି ଆକ୍ଟ ଲାଗୁହେବା ନେଇ ସୂଚନା ଦିଆଯାଇଛି ।  ଏହି ଆକ୍ଟ ଅନୁଯାଇ ଏବେ ଦିଲ୍ଲୀରେ ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଇବ । ଏହି ଆକ୍ଟ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କଠୁ ଉର୍ଦ୍ଧରେ ଉପରାଜ୍ୟପାଳଙ୍କୁ ଆଗ୍ରାଧିକାର ଦେବ । ଏବେ ଦିଲ୍ଲୀ ସରକାର ପ୍ରତ୍ୟେକ ଯୋଜନାର କାର୍ଯ୍ୟକାରି କରିବା ପୁର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବା ବାଧ୍ୟତା ମୁଳକ । କେନ୍ଦ୍ରଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଗିବିନ୍ଦ ମୋହନଙ୍କ ସ୍ୱାକ୍ଷରିତ ଏକ ବିଜ୍ଞପ୍ତି ଜାରି କରି ଏ ସମସ୍ତ ସୂଚନା ଦିଆଯାଇଛି । ଗତମାସରେ ପାର୍ଲିଆମେଣ୍ଟରେ ଏହି ଆକ୍ଟ ପାର ହୋଇଥିଲା । ମାର୍ଚ୍ଚ ୨୨ ତାରିଖରେ ବିରୋଧି ଦଳ ମାନଙ୍କର ପ୍ରବଳ ବିରୋଧ ସତ୍ୱେ୍ୱ୍ୱ କେନ୍ଦ୍ର ସରକାର ବାଚନିକ ଭୋଟ ଜରିଆରେ ଏହି ଅକ୍ଟକୁ ପାର୍ଲିଆମେଣ୍ଟରେ ପାର କରିଥିଲେ ।  ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରି ଅରବିନ୍ଦ କେଜ୍ରିୱାଲ ଏହାକୁ ଭାରତୀୟ ଗଣତନ୍ତ୍ରରେ ଏକ କଳା ଦିବସ ବୋଲି କହିଥିଲା ବେଳେ ଏହା ତାଙ୍କୁ ଦିଲ୍ଲୀର ଲୋକମାନଙ୍କ ପାଇଁ କାମ କରିବାରେ ରୋକି ପାରିବ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.