କରୋନା ସଂକ୍ରମଣ ଲାଗି କଳାଭୂମି, ଆଦିବାସୀ ସଂଗ୍ରହାଳୟ ଓ ପ୍ଲାନେଟୋରିୟମ ବନ୍ଦ

କରୋନା ସଂକ୍ରମଣକୁ ବଢୁଥିବାରୁ ଭୁବନେଶ୍ବରସ୍ଥିତ କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ ୨୦ ଓ ସିଆରପିଏଫ ସ୍କୋୟାରସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ ମାନଙ୍କ ଲାଗି ଏପ୍ରିଲ ୨୬ରେ ବନ୍ଦ କରାଯାଇଥିଲା। ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ ପହିଲାରୁ ଭର୍ଚୁଆଲ୍ ଶୋ ଯୋଜନା କରାଯାଉଛି। ଦର୍ଶକ ମାନେ www.ostm.in ୱେବସାଇଟ୍ ମାଧ୍ୟମରେ ଓଡିଶାର ଆଦିବାସୀମାନଙ୍କ ସଂସ୍କୃତି ଏବଂ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ। କରୋନା ସଂକ୍ରମଣ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ତେବେ ସେଠାରେ ଯେପରି ଲୋକେ ଏକତ୍ରିତ ନହୁଅନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି  ।

Leave A Reply

Your email address will not be published.