ଆଜି ଶେଷ ହେଉଛି ପଶ୍ଚିମବଙ୍ଗ ନିର୍ବାଚନ

ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ବା ୮ମ ପର୍ଯ୍ୟାୟ । ଶେଷ ଦିନରେ ପଶ୍ଚିମବଙ୍ଗରେ ୪ ଜିଲ୍ଲାରେ ୩୫ ଟି ଆସନ ପାଇଁ ମତଦାନ ଜାରି ରହିଛି । ପଶ୍ଚିମବଙ୍ଗ ସମେତ କେରଳ, ତାମିଲନାଡୁ, ଆସାମ ଓ ପଡୁଚେରୀ ବିଧାନସଭା ନିର୍ବାଚନରେ ଫଳାଫଳ ଆସନ୍ତା ମେ ୨ ତାରିଖରେ ପ୍ରକାଶ ହେବାକୁ ଯାଉଛି । ଫଳାଫଳ ଆସିବା ପୂର୍ବରୁ ମତଦାନ କେଉଁ ପାର୍ଟି ଓ କେଉଁ ନେତାଙ୍କ ସପକ୍ଷରେ ରହିଛି ତାହାର ଆକଳନ କରିବା ପାଇଁ ଏବେ ସମସ୍ତଙ୍କ ନଜର ଏକଜିଟ୍ ପୋଲ ଉପରେ ରହିଛି ।

gpkandhamal

ତେବେ ଏକଜିଟ୍ ପୋଲ ପ୍ରକାଶ ଉପରେ କିନ୍ତୁ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗରେ ସଂଧ୍ୟା ୭.୩୦ ପରେ ହିଁ ଏକଜିଟ୍ ପୋଲ ପ୍ରକାଶ କରାଯିବ । ଏହା ପୂର୍ବରୁ ଏକଜିଟ୍ ପୋଲ ପ୍ରକାଶ ନ କରିବାକୁ ନିର୍ବାଚନ କମିଶନ ସମସ୍ତ ଗଣମାଧ୍ୟମ ସଂସ୍ଥା ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କେରଳ, ତାମିଲନାଡୁ, ଆସାମ ଓ ପଡୁଚେରୀରେ ମଧ୍ୟ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ସବୁ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ମତଦାନ ଶେଷ ହେବାର ଏକ ଘଣ୍ଟା ପରେ ହିଁ ଏକଜିଟ୍ ପୋଲ ଜାରି କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Umasankar Adv
Leave A Reply

Your email address will not be published.