ଭାରତରେ ହେବ ବିଶ୍ବର ସର୍ବବୃହତ ଆଣବିକ କେନ୍ଦ୍ର

ଦୂର ହେବ ଭାରତର ଶକ୍ତି ସଙ୍କଟ । ଭାରତରେ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଆଣବିକ କେନ୍ଦ୍ର  । ଫ୍ରାନ୍ସର ରାଜ୍ୟ ନିୟନ୍ତ୍ରିତ ଶକ୍ତି ଗୋଷ୍ଠୀ EDF ଭାରତରେ ବିଶ୍ୱର ସର୍ବବୃହତ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ନିର୍ମାଣରେ ସାହାଯ୍ୟ କରିବାକୁ ପଦକ୍ଷେପ ନେଇଛି । ଏହି ଆଣବିକ କେନ୍ଦ୍ର ଭାରତରେ ନିର୍ମାଣ କରିବା ପାଇଁ ପ୍ରାୟ 20 ବର୍ଷ ପୂର୍ବରୁ ଆଲୋଚନା ଚାଲିଥିଲେ ମଧ୍ୟ ପ୍ରଥମେ ଜାପାନର ଫୁକୁସିମାରେ 2011ରେ ପରମାଣୁ ବିପର୍ଯ୍ୟୟ ପରେ ଏହା ବନ୍ଦ ହୋଇଯାଇଥିଲା  । ଏହାଛଡା ଭାରତରେ ଯେଉଁ ସ୍ଥାନରେ ପ୍ଳାଣ୍ଟ ନିର୍ମାଣ ହେବାର ଥିଲା ସେଠାରେ  ସ୍ଥାନୀୟ ପ୍ରଶାସନ ଓ ଲୋକମାନଙ୍କ ବିରୋଧ ଯୋଗୁଁ ମଧ୍ୟ ପ୍ଲାଣ୍ଟ କାର୍ଯ୍ୟ ଆଗକୁ ବଢିପାରିନଥିଲା । ବର୍ତ୍ତମାନ ଫ୍ରାନ୍ସ ଏହି ନ୍ୟକ୍ଲିଅର ପ୍ଳାଣ୍ଟକୁ ମହାରାଷ୍ଟ୍ରର ଜୟତାପୁରରେ 6 ଟି ଥାର୍ଡ ଜେନେରେସନ ଇପିଆର ରିଆକ୍ଟର ନିର୍ମାଣ ପାଇଁ ଇଞ୍ଜିନିୟରିଂ ଅଧ୍ୟୟନ ଏବଂ ଯନ୍ତ୍ରପାତି ଯୋଗାଇବା ଏକ ପ୍ରସ୍ତାବ ଦାଖଲ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ନିର୍ମାଣ ଶେଷ ହେବା ପରେ , ଏହା  10 ଗିଗାୱାଟ (GW) ବିଦ୍ୟୁତ୍ ଯୋଗାଇବ, ଯାହାକି ପ୍ରାୟ 7 କୋଟି ପରିବାର ପାଇଁ ଯଥେଷ୍ଟ ହେବ । ଏହାର ନିର୍ମାଣ ପାଇଁ 15 ବର୍ଷ ଲାଗିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ବିଦ୍ୟୁତ୍ ଉତ୍ପାଦନ କରିବାକୁ ସମର୍ଥ ହୋଇପାରିବ ବୋଲି କୁହାଯାଇଛି । ତେବେ ଇଡିଏଫ ଭାରତର ନ୍ୟକ୍ଲିଅର ଇଂଜିନିୟରିଂ ଟିମ ସହିତ ଅଲୋଚନା କରୁଛି । ଏହି ଆଣବିକ କେନ୍ଦ୍ର ପ୍ରତିଷ୍ଠାରେ ୟୁଏସଏର ଜିଇ ଷ୍ଟିମ ପାଓ୍ବାରର ମଧ୍ୟ ସହଯୋଗୀ ରହିଛି  । ଏହି ପାଓ୍ବାର ପ୍ଲାଣ୍ଟ ବିଶ୍ବରେ ଭାରତର ପ୍ରତିଷ୍ଠାକୁ ବଢଇବା ସହିତ ଭାତରର ଆଣବିକ କ୍ଷେତ୍ରକୁ ପୁରା ବିଶ୍ବରେ ପରିଚିତ କରାଇବ  । ଏହି ପ୍ରକଳ୍ପ ପ୍ରାୟ 25,000 ସ୍ଥାନୀୟ ନିଯୁକ୍ତି ଏବଂ ପ୍ରାୟ 2700 ସ୍ଥାୟୀ ନିଯୁକ୍ତି ସୃଷ୍ଟି କରିବ ବୋଲି EDF ଆକଳନ କରିଛି ।

Leave A Reply

Your email address will not be published.