ଜେଲ ବିଭାଗ ସ୍କାନରରେ ଗ୍ୟାଙ୍ଗଷ୍ଚର

ଜେଲ ବିଭାଗ ସ୍କାନରରେ ଗ୍ୟାଙ୍ଗଷ୍ଚର ଓ ଦୁର୍ଦ୍ଦାନ୍ତ ଅପରାଧୀ । ଜେଲରେ ଅଚାନକ ଚଢ଼ାଉ । ଝାରପଡା ଜେଲର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସେଲ ପଛପଟୁ ମୋବାଇଲ ଜବତ ।.ଭୁବନେଶ୍ୱର ଝାରପଡା, ଚୌଦ୍ୱାର ଓ ବାଲେଶ୍ୱର ଜେଲରେ ଜେଲ ବିଭାଗ ଆଇଜି ଓ ଡିଆଇଜିଙ୍କ ନେତୃତ୍ୱରେ ହଠାତ ଚଢାଉ କରାଯାଇଛି । ଝାରପଡା ଜେଲର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସେଲ ପଛପଟୁ ମୋବାଇଲ ଜବତ କରାଯାଇଛି । ମୋବାଇଲ ମିଳିବା ପରେ ଲଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ଗ୍ୟାଙ୍ଗଷ୍ଟର ଟିଟୋ ଓ ଡ଼ି ବ୍ରଦର୍ସ ସହଯୋଗୀଙ୍କୁ ତାଗିଦ କରାଯାଇଛି । ଗ୍ୟାଙ୍ଗଷ୍ଚର ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜେଲର ନିୟମ ମାନିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଝାରପଡା ସମେତ ବାଲେଶ୍ବର ଓ ଚୌଦ୍ୱାର ଜେଲରେ ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.