କଡା କଟକଣା ସତ୍ତ୍ୱେ ବଢୁଛି କରୋନା ସଂକ୍ରମଣ, ଅପରାହ୍ନ ସାଢେ 4ଟାରେ ବଡ ଘୋଷଣା କରିପାରନ୍ତି ବିଏମସି କମିଶନର

ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଛି । କଟକଣା କଡା ହୋଇଛି ତଥାପି ବଢୁଛି ସଂକ୍ରମଣ । ତେବେ ଆଜି ଅପରାହ୍ନ ସାଢେ 4ଟାରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମୀଳନୀ କରିବେ । ସେ କିଛି ବଡ ଘୋଷଣା କରିପାରନ୍ତି । ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ 24 ଘଣ୍ଟାରେ 10 ହଜାର ଟପିଛି ଆକ୍ରାନ୍ତ ଚିହ୍ନଟ ସଂଖ୍ୟା । ଦିନକରେ 10 ହଜାର 413 କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1796 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ କୋଭିଡ କଟକଣା କିଛି ଲୋକ ମାନୁଥିବା ବେଳେ ଅନେକ ଲୋକ ମାନୁନାହାଁନ୍ତି ।  ପ୍ରତିଦିନ ରାଜଧାନୀରେ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ରାଜଧାନୀରେ କରୋନା ସଂକ୍ରମଣକୁ ଚେକ ଦେବା ପାଇଁ ଆଜି ସାଢେ 4ଟାରେ ବିଏମସି କମିଶନର କିଛି ପରାମର୍ଶ ଦେବା ସହ ବଡ ଘୋଷଣା କରିପାରନ୍ତି ।

Leave A Reply

Your email address will not be published.