ଥାନା ଭିତରେ ବେଲ୍ଟ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ଭିତରେ ଥିବା ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଯୁବକ ଜଣଙ୍କ ବେଲ୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ରଙ୍ଗୀପୁର ଗାଁର ଗଣେଶ ଡାକୁଆ । ଆତ୍ମହତ୍ୟାବେଳେ ଚିତ୍କାର ଶୁଣି ପୋଲିସ ତାଙ୍କୁ ତାଙ୍କୁ ମେଡିକାଲ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଗୋଳନ୍ଥରା ଥାନାରେ ଅଟକ ଥିଲେ । ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ଯେଉଁ ସମୟରେ ସେ ଆତ୍ମହତ୍ୟା କଲେ ସେତେବେଳେ ଗଣେଶଙ୍କ ପାଖରେ କେହି ନଥିଲେ । ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଗଣେଶ ଆତ୍ମହତ୍ୟା କଲା, ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.