ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରାସ୍ତାରେ ଯୁବକଙ୍କୁ ଚାପି ଦେଲା ଅଜଣା ଗାଡି । ଚନ୍ଦନେଶ୍ଵର ତଳସାରୀ ରାସ୍ତା ବିନ୍ଧାପଦ୍ମପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ବଡଗଡ ଗାଁର ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ତଳସାରୀ ପୋଲିସ୍ ପହଞ୍ଚି ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ ।