ବରଗଡ଼: କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବରଗଡ଼ରୁ ବରପାଲି ବ୍ଲକକୁ ବାହାରିଥିଲେ ଚନ୍ଦ୍ରଶେଖର ଝାଡିଆ । ଆଜି ସକାଳୁ ମୃତଦେହ ମିଳିଛି । ତେବେ କେମିତି ହେଲା ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ବରଗଡ଼ ଟାଉନ ପୋଲିସ ମୃତଦେହ ଓ କାର ଜବତ କରି ତଦନ୍ତ ଆରମ୍ଭ କରିଛି ।