ଶପଥ ନେଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି । ଶପଥପାଠ ଉତ୍ସବ କୋଲକାତାସ୍ଥିତ ରାଜଭବନରେ ଅନୁଷ୍ଠିତ ହୋଇଛି। କୋଭିଡ ପାଇଁ ଅଳ୍ପ ଲୋକଙ୍କ ଉପସ୍ଥିତିରେ ମମତା ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶପଥ ପାଠ କରାଇଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ସେଠାକାର ଲୋକଙ୍କ ମଧ୍ୟରେ ରାଜନୈତିକ ହିଂସା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରାଇଛି। ମମତାଙ୍କ ଶପଥ ନେବା ଓ ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ରାଜନୈତିକ ହିଂସା ପାଇଁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେପଟେ ଶପଥ ଗ୍ରହଣ ପୂର୍ବରୁ ଦିଦି ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ପୂର୍ବବତ ଶାନ୍ତି ନଫେରେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେଠାକାର ପରିସ୍ଥିତିକୁ ନେଇ ଦିଦି ବହୁତ ଚିନ୍ତିତ କାରଣ ସେ ଭୟ କରୁଛନ୍ତି ଯେ ଯଦି ଏହି ସବୁ ନିୟନ୍ତ୍ରଣ ବାହାରକୁ ଆସେ, ତା’ହେଲେ ତାଙ୍କ ବିଜୟ କଳଙ୍କିତ ହେବ।

Leave A Reply

Your email address will not be published.