ଆଇସିଏମଆରର ନୂଆ ଗାଇଡଲାଇନ

ଦେଶରେ କରୋନା ସଂକ୍ରମଣର ଦୃତ ବୃଦ୍ଧି ଯୋଗୁଁ ଟେଷ୍ଟିଂ କ୍ଷେତ୍ରରେ ଆଇସିଏମଆରର ନୂଆ ଗାଇଡଲାଇନ ଜାରି ହୋଇଛି। ବିଭିନ୍ନ ରାଜ୍ୟରେ ଥିବା ‘ଡାଇଗ୍ନୋଷ୍ଟିକ୍‌ ଲ୍ୟାବ୍‌’ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦେଶରେ ‘କରୋନାଭାଇସ୍‌-ଟେଷ୍ଟିଙ୍ଗ୍‌’ ନିୟମର ପରିବର୍ତ୍ତନ କରିଛନ୍ତି। ବିଭିନ୍ନ ରାଜ୍ୟରେ ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍‌ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି କୁହାଯାଇଛି। ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍‌ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପାଇଁ ଜାରି ହୋଇଥିବା ସର୍କ୍ୟୁଲାର୍‌ରେ କୁହାଯାଇଛି ଯେ, ଲ୍ୟାବ୍‌ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍‌ଟି-ପିସିଆର୍‌’ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଉ। ସେହିଭଳି ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ବିଦାୟ ନେଇ ଆସୁଥିବା କୋଭିଡ୍‌ ରୋଗୀମାଙ୍କର ମଧ୍ୟ ପୁନର୍ବାର ‘ଆର୍‌ଟି-ପିସିଆର୍‌’ କରା ନ ଯାଉ।

Leave A Reply

Your email address will not be published.