୨୪ ଘଣ୍ଟାରେ ୧୨ ହଜାର ପାର୍

ଦୈନିକ ସଂକ୍ରମଣ ବର୍ତ୍ତମାନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୧୨ ହଜାର ପାର୍ ହୋଇଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି ଯାହାକି ସର୍ବାଧିକ ରହିଛି । ଏହା ପରେ ରହିଛି ଖୋର୍ଦ୍ଧା ଜିଲ୍ଲା ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୫୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୪୪, ଅନୁଗୋଳ ଜିଲ୍ଲାରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧,ଗଞ୍ଜାମରୁ ୩୧୨, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬ ଓ ପୁରୀରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରୁ ୨୬୦ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୧୨୮, ଦେବଗଡ଼ରୁ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଜଗତସିଂହପୁରରୁ ୧୬୮, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨, କେନ୍ଦୁଝରରୁ ୧୭୯, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ରାୟଗଡ଼ାରୁ ୨୦୧ ଓ ସୋନପୁରରୁ ୧୫୯ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୬୯୧୪ ଓ ଲୋକାଲ କେସ୍ ୫୩୨୪ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.