କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଆଜି କରୋନାରେ ଆଉ ଜଣେ ସାମ୍ବାଦିକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ଖବରଦାତା ପ୍ରଦୀପ କିଶୋର ସାହୁ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲେ। ସେ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ଟିଭି, ଖବରକାଗଜ ଓ ଡିଜିଟାଲ ଗଣମାଧ୍ୟମର ଅନେକ ପ୍ରତିନିଧି ପ୍ରାଣ ହରାଇଲେଣି। ବିଭିନ୍ନ ମହଲ ତଥା ସାମ୍ବାଦିକ ଜଗତରେ ଏହି ଅପୂରଣୀୟ କ୍ଷତି ପାଇଁ ଗଭୀର ଶୋକ ପ୍ରକାଶ ପାଇଛି।  

Leave A Reply

Your email address will not be published.