ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଦିଲ୍ଳୀକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ତାଗିଦ କଲେ ସୁପ୍ରିମ କୋର୍ଟ

ଆଜି ଲଗାତାର ତୃତ୍ୱୀୟ ଦିନ ପାଇଁ ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଛନ୍ତି ସୁପ୍ରୀମ୍‌କୋର୍ଟ । ଦିଲ୍ଲୀର ମୁଖ୍ୟ ମେଡିକାଲ ଗୁଡିକ ଅକ୍ସିଜେନ ପାଇଁ ସଂଘର୍ସ କରୁଥିବା ବେଳେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦେବାକୁ କେନ୍ଦ୍ରକୁ ନିଦେର୍ଶ ଦେଇଛନ୍ତି ।  ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଏହି ଶୁଣାଣି କରି ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୈନିକ ଭିତ୍ତୀରେ ୭୦୦ ମେଟ୍ରୀକ ଟନ୍ ଅକ୍ସିଜେନ ଯୋଗାଇ ଦେବାକୁ ଏବଂ ଏହ ସହିତ ସେ ସତର୍କ କରାଇ ଦେଇଛନ୍ତି ଯୋଉଁ ମାନେ ଏହି ଅକ୍ସିଜେନ ଯୋଗାଣ ଦାଇତ୍ୱରେ ଅଛନ୍ତି ସେମାନଙ୍କ ଏହି ଯେଅଗାଣରେ ବିଫଳ ହେଲେ ତାଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ମାମାଲା ଚଲାଇବାକୁ । କରୋନା ବିରୁଦ୍ଧରେ ସମ୍ପୁର୍ଣ୍ଣ ଭାରତ ଲଢେଇ ଜାରି ରଖିଥିବା ବେଳେ କରୋନାରେ ସଂକ୍ରମିତ ରୋଗିଙ୍କର ଚିକିତ୍ସାରେ ଅକ୍ସିଜେନର ଅଭାବ ବହୁଳ ଭାବରେ ଦେଶରେ ଦେଖା ଯାଉଥିଲା ବେଳେ ରାଜଧନୀ ଦିଲ୍ଲୀରେ ଅନେକ ରୋଗି ଅକ୍ସିଜେନ ଅଭାବରେ ମୃତ୍ୟୁ ବରଣ କରୁଛନ୍ତି ।  ତେବେ ଦିଲ୍କୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀକୁ ଯେତିକି ଅକ୍ସିଜେନ ଯୋଗାଣ କରିବାକୁ କହିଥିଲେ ତାହାକୁ କେନ୍ଦ୍ର ସରକାର ଯୋଗାଣରେ ବିଫଳ ହେବାରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ବିରୁଦ୍ଧରେ ଯୋଉଁ କୋର୍ଟ ଅବମାନନା ମାମଲା ଚଲାଇଥିଲେ ଆଜି ତାକୁ ସୁପ୍ରିମକୋଟଙର୍ ରଦ୍ଧ କରି ଦେଇଛନ୍ତି । 

Leave A Reply

Your email address will not be published.