ଜୀବନ ବଞ୍ଚାଉଛନ୍ତି ଓଡିଶାର ଷ୍ଟିଲ ପ୍ଲାଣ୍ଟ

କରୋନାର ଦିତ୍ୱୀୟ ଲହର ସମଗ୍ର ଭାରତକୁ କବଳିତ କରି ରଖିଥିଲା ବେଳେ ଅକ୍ସିଜେନ ଅଭାବରେ ବିଭିନ୍ନ ରାଜ୍ୟରେ ଅନେକ ରୋଗି ମୃତ୍ୟୁ ବରଣ କରୁଛନ୍ତି । ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବଡବଡ ରାଜ୍ୟ ଗୁଡିକ ଅକ୍ସିଜେନ୍ ଅଭାବରେ କଲବଲ ହେଉଥିଲା ବେଳେ ସମଗ୍ର ଦେଶକୁ ଏହି କରୁଣ ପରିସ୍ଥିତି ସମୟରେ ଅକ୍ସିଜେନ ଯୋଗାଣ କରି ବଞ୍ଚାଉଛି ଅନେକ ଜୀବନ ବଞ୍ଚାଉଛନ୍ତି ଓଡିଶାର ଷ୍ଟିଲ ପ୍ଲାଣ୍ଟ ଗୁଡିକ । ଗତ ୧୫ ଦିନ ମଧ୍ୟରେ ଓଡିଶାର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ବିଭୀନ୍ନ ରାଜ୍ୟକୁ ୭୦୦୦ ମେଟ୍ରୀକ ଟନରୁ ଅଧିକ ତରଳ ଅକ୍ସିଜେନ ଯୋଗାଣ ହୋଇସାରିଲାଣି । ଓଡିଶା ପୋଲିସର ପ୍ରତ୍ୟକ୍ଷ ତତ୍ୱବ୍ୟଧାନରେ ଓଡିଶା ସିମା ପର୍ଯ୍ୟନ୍ତ ଏହି ଅକ୍ସିଜେନ ଯୋଗାଣ ହେଉଛି ।  ଏହି ୧୫ ଦିନ ମଧ୍ୟରେ ଦେଶର ୧୦ଟି ରାଜ୍ୟ ଯୋଉଁଠାରେ ଅକ୍ସିଜେନର ବିପୁଳ ଅଭାବ ଅଛି ସେହି ରାଜ୍ୟ ଗୁଡିକୁ ୩୮୩ ଟି ଟ୍ୟଙ୍କରରେ ୭୦୦୭ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଣ ହୋଇଥିବା ଆଜି ଓଡିଶା ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.