ବଜ୍ରକାପ୍ତା ଚାଲାଣ ବେଳେ ଟାଉନ୍ ଥାନା ପୋଲିସର ଚଢ଼ାଉ

ବାରିପଦା ଜିଲ୍ଲାରେ ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ୍ ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ବାରିପଦା ଟାଉନ୍ ଥାନା ପୋଲିସ । ଯାହାଫଳରେ ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସିନ୍ଧୁ ବାସ୍କେ । ଉଦ୍ଧାର ବଜ୍ରକାପ୍ତାର ଓଜନ ପାଖାପାଖି ୮ କିଲୋ ହେବ । ବିଶେଷ ସୂତ୍ରରୁ ଖବର ପାଇଁ ବାଙ୍ଗିରିପୋଷି ଥାନା ଅଧିକାରୀଙ୍କ ସହୟତାରେ ସିନ୍ଧୁଙ୍କ ପାଖରେ ପହଞ୍ଚିଥିଲା ବାରିପଦା ଟାଉନ୍ ଥାନା ପୋଲିସ । ବଜ୍ରାକାପ୍ତା ଚାଲାଣ ଉପରେ ନଜର ରଖିବା ପାଇଁ ବାରିପଦା ଟାଉନ୍ ଥାନା ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛନ୍ତି ମୟୂରଭଞ୍ଜ ଏସପି

Leave A Reply

Your email address will not be published.