ଋଷ ଉତ୍ପାଦିତ ସ୍ପୁଟନିକର ବଡ ଘୋଷଣା, କରୋନା ଭୂତାଣୁକୁ ଉଭାନ କରିବ ଗୋଟିଏ ଡୋଜ ଟିକା

କରୋନାର ମୁକାବିଲା କରିବା ଲାଗି ବିଭିନ୍ନ ଦେଶ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛନ୍ତି । ସେପଟେ ଋଷ ଉତ୍ପାଦିତ ସ୍ଫୁଟନିକ ଟିକାର ଗୋଟିଏ ଡୋଜରେ ଭୂତାଣୁର ପ୍ରଭାବ ରହିବ ନାହିଁ ବୋଲି କମ୍ପାନୀ ଦାବି କରିଛି । ସ୍ପୁଟନିକ୍‌ ଭିର ଲାଇଟ୍‌ ଭର୍ସନର ସିଙ୍ଗଲ ଡୋଜ୍‌ କରୋନାକୁ ହରାଇବା ପାଇଁ ପର୍ଯ୍ୟାପ୍ତ ବୋଲି କମ୍ପାନି କହିଛି । କରୋନା ବିରୋଧରେ ସିଙ୍ଗଲ ଡୋଜ୍‌ ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ବୋଲି ଦାବି ହୋଇଛି । ଏହା ସହ ଦୁଇ ଡୋଜ୍‌ ତୁଳନାରେ ସିଙ୍ଗଲ ଡୋଜ୍‌ ଅଧିକ ପ୍ରଭାବଶାଳୀ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ପୁଟନିକ୍‌ର ଏହି ଲାଇଟ୍‌ ଭର୍ସନ ଟିକାକୁ ଋଷ ସରକାର ମଞ୍ଜୁରୀ ଦେଇଛନ୍ତି। ଏକକ ଡୋଜ୍‌ ବ୍ୟବହାର ଆରମ୍ଭ ହେବା ପରେ ଟିକାକରଣକୁ ଗତି ମିଳିବ। କମ୍ପାନୀ ପକ୍ଷରୁ ଦାବି କରାଯାଇଛି, ଭ୍ୟାକସିନ୍‌ର ଲାଇଟ୍‌ ଭର୍ସନ ଡୋଜ୍‌ର ପ୍ରଭାବ ମୋଟାମୋଟି ଭାବେ ୭୯.୪ ପ୍ରତିଶତ ରହିଛି। ୯୧.୭ ପ୍ରତିଶତ ଲୋକଙ୍କ ଶରୀରରେ କେବଳ ୨୮ ଦିନରେ କରୋନା ବିରୋଧରେ ଲଢ଼େଇ ପାଇଁ ଆଣ୍ଡିବଡି ତିଆରି ହୋଇପାରୁଛି। ସୂଚନାଯୋଗ୍ୟ, ଋଷ ଭିତ୍ତିକ କରୋନା ଟିକା ଉତ୍ପାଦନ କମ୍ପାନି ପୂର୍ବରୁ ସ୍ଫୁଟନିକ ଭି ଟିକା ବଜାରକୁ ଯୋଗାଉଛି । ବର୍ତ୍ତମାନ ତାହାର ଲାଇଟ ଭର୍ସନ ଉତ୍ପାଦନ କରୁଛି ଯାହା ବେଶି ପ୍ରଭାବୀ ବୋଲି କମ୍ପାନୀ କହିଛି ।

Leave A Reply

Your email address will not be published.