ଆବଶ୍ୟକ ନଥିଲେ ଅପରାଧୀଙ୍କୁ ଗିରଫ କରନ୍ତୁ ନାହିଁ

ସମଗ୍ର ଭାରତରେ ଥିବା ଜେଲ ଗୁଡିକରେ କଏଦି ମାନେ କରୋନାରେ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ସୁପ୍ରିମକୋର୍ଟଙ୍କ ତରଫରୁ ପୋଲିସକୁ ଆଦେଶ ଦେଇ କହିଛନ୍ତି ଯେ କରୋନାର ଦ୍ୱତ୍ୱୀୟ ଲହର ସହୋତ ସମ୍ପୁର୍ଣ୍ଣ ଭାରତ ଲଢୁଥିବା ବେଳେ ଆବଶ୍ୟକ ନଥିଲେ ଅପରାଧି/ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବାକୁ ନିର୍ଦେଶ ଦେଇଛନ୍ତି । ଏପରିକି ସାତ ବର୍ଷ ତଳକୁ ଯେଉଁ ମାନଙ୍କୁ ସଜା ପ୍ରଦାନ କରାଯାଇଛି ସେମାନେ ଅନ୍ୟ ଅପରାଧରେ ଜଡିତ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ ନକରିବାକୁ ନିର୍ଦେଶ ଦେଇଥିଲା ବେଳେ ଜେଲରେ ଥିବା ଅନ୍ତବାସି ମାନଙ୍କ ଚିକିତ୍ସରେ ଅଧିକ ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି ।  ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ କଏଦୀଙ୍କ ଅସୁରକ୍ଷିତ ବର୍ଗଙ୍କୁ ଚିହ୍ନଟ ଏବଂ ମୁକ୍ତ କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଗତ ବର୍ଷ ପାରୋଲ ଦିଆଯାଇଥିବା କଏଦୀମାନଙ୍କୁ ମହାମାରୀର ମୁକାବିଲା ପାଇଁ ପୁନର୍ବାର ୯୦ ଦିନ ଅବଧି ବଢାଇବାକୁ କହିଛନ୍ତି । ପୁର୍ବ ବର୍ଷ ମଧ୍ୟ ଏହି ପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସାତବର୍ଷରୁ କମ ସଜା ପାଇଥିବା ଅପରାଧୀମାନଙ୍କୁ ଚିହ୍ନଟ କରି ମୁକ୍ତ କରିବାକୁ ଯାହା ଫଳରେ ଜେଲ ମାନଙ୍କରେ ଭିଡ କମି ପାରିବ । ଏହା ସହିତ ସୁପ୍ରୀମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଭାରତ ସମେତ ବିନ୍ନ୍ ଦେଶରେ ଜେଲ ମାନଙ୍କରେ ଭୀଡ ଦେଖିବାକୁ ମିଳୁଛି ଏହା ଏକ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣା ।

Leave A Reply

Your email address will not be published.