ଦେଶରେ ତୃତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା, ୪୨୦୦ ରୋଗୀଙ୍କ ମୃତ୍ୟୁ

ଭାରତରେ କରୋନା ଭାଇରସ ସଂକ୍ରମଣର ମାତ୍ରା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଭାରତରେ କ୍ରମାଗତ ତୃତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪୨୦୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକି ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪,୦୧,୦୭୮ ଟି ନୂଆ କରୋନା  ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪,୧୮୭ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ସଂକ୍ରମିତ ମୋଟ କରୋନା ସଂଖ୍ୟା ୨କୋଟି୧୮ ଲକ୍ଷ୮୬ ହଜାର, ୫୫୬କୁ ବୃଦ୍ଧି ପାଇଥିବାବେଳେ ଦେଶରେ ପ୍ରାୟ ୩୭,୨୩,୪୪୬ ସକ୍ରିୟ ମାମଲା ରହିଛି। ଏହି ସମୟ ମଧ୍ୟରେ, ୩,୧୮,୬୦୯ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଗତକାଲି ମଧ୍ୟ ୪ ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା। ଗତକାଲି  ୪,୧୪,୧୮୮ ରୁ ଅଧିକ ନୂତନ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଥିଲା। ମେ ୬ ରେ ମଧ୍ୟ ୪ ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲେ। ରାଜଧାନୀ ଦିଲ୍ଲୀରେ୨ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୩୨ ନୂତନ କରୋନା ସଂକ୍ରମଣ ହୋଇଥିବାବେଳେ ୩୪୧ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ, ୧୯୦୮୫ ରୋଗୀ ମଧ୍ୟ ରାଜଧାନୀରେ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.