ଚୂନ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ୧୦ ମୃତ

ଆଜି ସକାଳେ ଆନ୍ଧ୍ରପ୍ରଦେଶର କାଡାପାଠାରେ ଘଟିଛି ଭୟଙ୍କର ବିସ୍ଫୋରଣ । ଯାହାଫଳରେ ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଗୁରୁତର ଆହାତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସୁଚନା ଅନୁସାରେ କାଲାସାପଡୁ ବ୍ଲକର ମାମିଲାପାଲି ଗ୍ରାମରେ ଥିବା ଏକ ଚୁନପଥର ଖଣିରେ ଅତି କମରେ ୪୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା ଯାହାଫଳରେ ଏହି ଅଭାବନୀୟ ଘଟଣା ଘଟିଛି । ସେପଟେ, ବିସ୍ଫୋରଣରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଧିକାରୀଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବ୍ୟ କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିସ୍ଫୋରଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.