ବ୍ରହ୍ମପୁରର ଜଣେ ସମ୍ବାଦଦାତାଙ୍କ ଜୀବନ ନେଲା କରୋନା

ଦେଶଠାରୁ ରାଜ୍ୟ ସବୁସ୍ଥାନରେ କରୋନା ଦ୍ବାରା ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ବୃତ୍ତିଧାରୀ ସାମ୍ବାଦିକ । ବ୍ରହ୍ମପୁରର ପୁଣି ଜଣେ ଦୈନିକ ଖବରକାଗଜର ସମ୍ବାଦଦାତାଙ୍କ ଜୀବନ ଯାଇଛି । ବ୍ରହ୍ମପୁର ଜିଲ୍ଲାର ପୋଲସରାର ଦୈନିକ ଖବରକାଗଜ ‘ସମାଜ’ ର ସମ୍ବାଦଦାତା କିଶୋର ଚନ୍ଦ୍ର ଦାଶ ଆଜି ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।     କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅମ୍ଳଜାନ ସ୍ତରରେ ପରିବର୍ତ୍ତନ ହେତୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ ତିନି ଦଶନ୍ଧି ମଧ୍ୟରେ ଅଗ୍ରଣୀ ଓଡିଆ ଖବରକାଗଜରେ କାର୍ଯ୍ୟ କରିଆସିଛନ୍ତି ।  ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.