ଭାର୍ଗବୀ ନଦୀବନ୍ଧ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୂର୍ତ୍ତି ବିଭାଗ ଡାକବଙ୍ଗଳା ଭାର୍ଗବୀ ନଦୀବନ୍ଧ ପାଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକ ମୃତଦେହକୁ ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ମୃତ୍ୟୁପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନି । କିନ୍ତୁ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ମୃତଦେହ ନିକଟରେ ସ୍କୁଟି ଓ ଚପଲ ପଡ଼ିଥିବାର ନଜର ଆସିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି । ଏହି ଘଟଣାରେ ପୋଲିସ ହତ୍ୟାକାଣ୍ଡର କାରଣ ତଥା ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.