ସର୍ଟସର୍କିଟିଂ ଯୋଗୁଁ ବିଷ୍ଣୁ ଦାସଙ୍କ ଜଳିଗଲା ୨ ବଖରା ଘର

ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ବାଲିଗାଁ ୧୧ ନଂ ୱାର୍ଡର ବିଷ୍ଣୁ ଦାସଙ୍କ ଘର ସର୍ଟ ସର୍କିଟରେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୨ ବଖରା ଘର ଜଳିଯାଇଛି । ଘରେ ଥିବା ସମସ୍ତ ଆସବାବାପତ୍ର ପୋଡି ପାଉଁଶ ହୋଇଗଲା । ବିଷ୍ଣୁ ଦାସଙ୍କ ଘରେ ନିଆଁ ଲାଗିବା ପରେ ଗ୍ରାମବାସୀ ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହ ଖାଦ୍ୟ ଶସ୍ୟ ପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.