ମୟୁରଭଞ୍ଜ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା କଲେ ପୋକ୍ସୋକୋର୍ଟ । ଜରିମାନା ଅନାଦୟେ ପାଇଁ ଅଧିକ ଛଅମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏକ ଦୁଷ୍କର୍ମ ମାମଲାର ବିଚାର କରି ମୟୁରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋକୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ହେଲେ ଯଶିପୁର ଥାନା ଅଧୀନ କୁମାର ପଣ୍ଡୁଗଣ୍ଡି ଗାଁର ହେମେନ୍ଦ୍ର ନାୟକ । ସେ ଗତ ୨୦୨୪ ମସିହା ଜୁନ ୪ ତାରିଖ ଦିନ ସନ୍ଧ୍ୟା ସମୟରେ ପିଡିତା ଓ ତାର ସାନ ଭଉଣୀ ସହ ନିକଟସ୍ଥ ବଜାରକୁ ଚକଲେଟ କିଣିବା ପାଇଁ ଡାକିନେଇଥିଲେ । ସେଠାରେ ଅଭିଯୁକ୍ତ ସାନଭଉଣୀକୁ ଚକଲେଟ ଦେଇ ଘରକୁ ପଠାଇ ଦେବାପରେ ବଡଭଉଣୀକୁ ନିକଟସ୍ଥ ବୁଦାମୁଳକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏହି ଘଟଣା ବାବଦରେ ପିଡିତା ନିକଟରୁ ସମସ୍ତକଥା ଶୁଣି ପିଡିତାଙ୍କ ବାପା ଯଶିପୁର ଥାନାରେ ଜୁନମାସ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତକରି ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଥିଲା । ଏହି ମାମଲର ବିଚାରକରି ମାନ୍ୟବର କୋର୍ଟ ସମସ୍ତସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି ।