ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୧୫ ସୁଦ୍ଧା ନେବ ଲଘୁଚାପର ରୂପ

ଆଗାମୀ ଦିନରେ ସ୍ବାଭାବିକଠାରୁ ରାଜ୍ୟର ତାପମାତ୍ରା କମ୍ ରହିବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତାଙ୍କ ମତାନୁସାରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍‌ ତାପମାତ୍ରା ରହିବ । ଦକ୍ଷିଣ ଆରବ ସାଗରରେ ୧୩ ତାରିଖରେ ସୃଷ୍ଟ ଘୂର୍ଣ୍ଣିବଳୟ ୧୫ ସୁଦ୍ଧା ଲଘୁଚାପ ରୂପ ନେବ ବୋଲି ଆଶଙ୍କା କରିଛନ୍ତି । ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ବେଶି ରହିଛି । ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗର ପରିବର୍ତ୍ତନ ହେବ। ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ବୋହିବ । ଏହାର ପ୍ରଭାବ ଆସନ୍ତା ୨୦ ପର୍ଯ୍ୟନ୍ତ ରହିବ । ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ଯାହାଦ୍ବାରା ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୨ ମଧ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଅଧିକ ରହିଛି । ବର୍ଷା ନହେଲେ ମଧ୍ୟ ପାଗ ଆଂଶିକ ମେଘୁଆ ଯୋଗୁଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ ତାରିଖ ପରେ ତାପମାତ୍ରା ବଢ଼ିପାରେ। ତଥାପି ଏହା ସ୍ୱାଭାବିକଠୁ କମ୍‌ ରହିବ। ବାୟୁର ଆର୍ଦ୍ରତା ଅଧିକ ରହିବାରୁ ଖରା ଟାଣ ଅନୁଭୂତ ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

Leave A Reply

Your email address will not be published.