ଭାରତକୁ ମିଳିଲା ଇସ୍ରାଏଲର ସହଯୋଗ

କରୋନା ମହାମାରୀ ସଂକଟ ସମୟରେ ଭାରତର ସାଥୀ ହୋଇଛି ଇସ୍ରାଏଲ । ଅକ୍ସିଜେନ କନସେଣ୍ଟ୍ରେଟରର ଠାରୁ ଆରମ୍ଭ କରି ଔଷଧ ଉପଲବ୍ଧ କରାଇବା ପର୍ଯ୍ୟନ୍ତ ସହଯୋଗ କରୁଛି । ଭାରତରେ ଇସ୍ରାଏଲର ରାଜଦୂତ ରନ୍ ମାଲ୍‌କା ସ୍ପଷ୍ଟ କରିଛନ୍ତି ଯେ, କରୋନା ସଂକଟ ସମୟରେ ଇସ୍ରାଏଲ ସମସ୍ତ ପ୍ରକାରର ସହଯୋଗ କରିବ । ସେ କହିଛନ୍ତି ଯେ, ଇସ୍ରାଏଲ ସରକାର ଏବଂ କଂପାନୀ ଏହି ସମୟରେ କେବଳ ଦିଲ୍ଲୀର ସହଯୋଗ ନେଇ ଚିନ୍ତା କରୁଛି । ଆମର ପ୍ରଥମ ପ୍ରାଥମିକତା ହେଉଛି ଦିଲ୍ଲୀକୁ ସଂକଟ ସମୟରେ ସହଯୋଗ ପ୍ରଦାନ କରିବ ।  ରନ ମାଲକୋ କହିଛନ୍ତି ଯେ, ଜରୁରୀକାଳୀନ ସାମଗ୍ରୀ ସମେତ ଇସ୍ରାଏଲରୁ କିଛି ଟିମ ଖୁବ ଶୀଘ୍ର ଭାରତ ଆସିବେ । ଏହି ଟିମ ଦିଲ୍ଲୀର ସହାୟତା କରିବ । ଉଦହାରଣ ଭାବେ ଆମେ ରାପିଡ ଟେଷ୍ଟିଂ ଓ ଅକ୍ସିଜେନ କନସେଣ୍ଟ୍ରେଟର ବିକଶିତ କରିବାକୁ ଟିମ ମଗାଇଛୁ । ଇସ୍ରାଏଲ ରାଜଦୂତ କହିଛନ୍ତି ଯେ, ଭାରତ ଖୁବ ଶୀଘ୍ର କରୋନା ବିପକ୍ଷରେ ବିଜୟୀ ହେବ ।  ଇସ୍ରାଏଲ ରାଜଦୂତ କହିଛନ୍ତି ଯେ, ଆମେ କେବେ ବି ଭାରତର ସହଯୋଗକୁ ଭୁଲିପାରିବୁ ନାହିଁ । ଭାରତ ଯେତେବେଳେ ଏବେ ସଂକଟ ପରିସ୍ଥିତି ଦେଇ ଗତି କରୁଛି, ଆମେ ଯଥା ସମ୍ଭବ ସହଯୋଗ କରିବୁ । ଉଭୟ ଦେଶ ମଧ୍ୟରେ ମଧୁର ସଂପର୍କ ରହିଛି ଏବଂ ମିଳିତ ଭାବେ କରୋନା ମୁକାବିଲା କରିପାରିବା । 

Leave A Reply

Your email address will not be published.