୧୨ ଟି ଦୋକନ ସିଲ୍ କଲା ଜିଲ୍ଲା ପ୍ରଶାସନ

କରୋନା ମହାମାରୀର ଉପଦ୍ରପ କୁ ଦୃଷ୍ଟିରେ ରଖି ପୁରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍ ଲାଗୁ ହୋଇଛି ମାତ୍ର କିଛଇ ବ୍ୟବସାୟୀ ଲକ୍‌ଡାଉନ୍ ନିୟମ କୁ ଫୁ କରୁଥିବାର ଦେଖିବାକୁ ମିଳୁଛି । କଟକଣା ସତ୍ତ୍ୱେ ଦୋକାନ ଖୋଲି ବିକ୍ରି ହେଉଛି ଜିନିଷ । ଏଭଳି କିଛି ଅମାନିଆଙ୍କ ଦୋକନ୍ ସିଲ୍ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ମୟୂରଭଞ୍ଜ କରଞ୍ଜିଆ ସହରରେ ଲକ୍‌ଡାଉନ୍ ସତ୍ତ୍ୱେ କିଛି ଅମାନିଆ ଦୋକନ ଖୋଲି ଚୋରାରେ ଜିନିଷ ବିକ୍ରି କରୁଥିବାର ଅଭିଯୋଗ ହେଉଥିଲା ଓ ଏହି ଅଭିଯୋଗ କୁ ଭିିତ୍ତି କରି ଆଜି ଜିଲ୍ଲା ପ୍ରଶାସପ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏବଂ ଚଢାଉ ସମୟରେ ୧୨ ଟି ଦୋକାନକୁ ସିଲ୍ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଦେଖିବାକୁ ମିଳୁଥିବା ବେଳେ ମୟୂରଭଞ୍ଜରେ ମଧ୍ୟ ସମାନ ଅବସ୍ଥା ରହିଛି ଓ ମୟୂରଭଞ୍ଜ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ଅଧିକ ସଂକ୍ରମିତ ଅଞ୍ଚଳ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଚେକିଙ୍ଗ କରାଯାଉଛି ।

Leave A Reply

Your email address will not be published.